Site icon ଆଜିକାଲି

ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାର ମୋହର : ଏ ବର୍ଷ ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି

ପୁରୀ – ଏ ବର୍ଷ ମହାବିଷୁବ ବା ପଣା ସଂକ୍ରାନ୍ତି ପାଳନ ନେଇ ଥିବା ସଂଶୟ ଦୂର ହୋଇଛି । ଏପ୍ରିଲ ୧୪ ତାରିଖରେ ହିଁ ରାଜ୍ୟରେ ପଣା ସଂକ୍ରାନ୍ତି ପାଳନ ହେବ । ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମୋହର ମାରିଛି । ତେବେ ଅନ୍ୟ କିଛି ଗଣନାକାରୀ ଏପ୍ରିଲ ୧୩ ତାରିଖରେ ସଂକ୍ରାନ୍ତି ପଡୁଥିବା କହିଥିଲେ ।ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା । ଗଣନାକାରୀ ମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

Exit mobile version