Site icon ଆଜିକାଲି

୨୦୧୫ ନବକଳେବର ପାଇଁ ବିଜେପି ସରକାର ୫୦ କୋଟି ଦେଇଥିବା ଦାବିକୁ ଭୁଲ ପ୍ରମାଣିତ କଲେ ପାଣ୍ଡିଆନ

ଭୁବନେଶ୍ୱର – ୨୦୧୫ ମସିହାରେ ଶ୍ରୀଜଗନ୍ନାଥଙ୍କ ନବ କଳେବର ପାଇଁ କେନ୍ଦ୍ର ସରକାର ରାଜ୍ୟ କୋଷାଗାରକୁ ୫୦ କୋଟି ଟଙ୍କା ଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଦାବିକୁ ଖଣ୍ଡନ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀ ଏ ବାବଦରେ ଭୁଲ୍ ତଥ୍ୟ ଦେଇଛନ୍ତି ବୋଲି ପାଣ୍ଡିଆନ ଦାବି କରିବା ସହ ହିସାବ ରଖିଛନ୍ତି । ପାଣ୍ଡିଆନ କହିଛନ୍ତି ଯେ, କେନ୍ଦ୍ର ସରକାର ୫୦ କୋଟି ନୁହେଁ ବରଂ ୧୦ କୋଟି ଟଙ୍କା ଭାରତ ସରକାରଙ୍କ ପରିଚାଳିତ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ -ଆଇଟିଡିସିକୁ ଦିଆଯାଇଥିଲା । ସେଥିରୁ ମୋଟ ୬ କୋଟି ୯୦ ଲକ୍ଷ ଟଙ୍କା ହିଁ ନବକଳେବର ପାଇଁ ଖର୍ଚ୍ଚ ହୋଇଥିଲା। ଅର୍ଥାତ୍ ନବକଳେବର ପାଇଁ ବିଜେପି ସରକାରଙ୍କ ଅବଦାନ ମାତ୍ର ୬ କୋଟି ୯୦ ଲକ୍ଷ ବୋଲି କାର୍ତ୍ତିକ ପାଣ୍ଡିଆନ ତଥ୍ୟ ପ୍ରମାଣ ସହ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ।

Exit mobile version