Site icon ଆଜିକାଲି

ଝାରସୁଗୁଡାରେ ପାଣ୍ଡିଆନଙ୍କ ପ୍ରଚାର, ମିଛ ପ୍ରତିଶ୍ରୁତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ

ଝାରସୁଗୁଡ଼ା – ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଆଜି ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ମିଛ ପ୍ରତିଶ୍ରୁତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ବିରୋଧୀ ଦଳର ନେତା ମିଛ କଥା କହି ଭୋଟ୍ ନେବାକୁ ଚେଷ୍ଟା କରିବେ । ଗ୍ୟାସ ଓ ପେଟ୍ରୋଲ ଦର କମିବ ବୋଲି କହିଥିଲେ । କିନ୍ତୁ ତାହା କମିଲା କି ବୋଲି ଝାରସୁଗୁଡ଼ା ନିର୍ବାଚନୀ ସଭାରେ ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ ପାଣ୍ଡିଆନ। ବିରୋଧୀ ଦଳ ଯାହା କହିବେ, କିଛି ବି କରିବେ ନାହିଁ ବୋଲି ପାଣ୍ଡିଆନ କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହନ୍ତି, ତାହା କାମରେ କରି ଦେଖାନ୍ତି । ଏସଏଚଜି ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏସଏଚଜି ମହିଳାଙ୍କୁ ପେନସନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପେନସନ ପାଇଁ ହୋଇଥିବା ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି ବୋଲି ପାଣ୍ଡିଆନ କହିବା ସହ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାକୁ ଆହ୍ୱାନ ଦେଇଛନ୍ତି।

Exit mobile version