Site icon ଆଜିକାଲି

କାଷ୍ଟିଂ କାଉଚ ମାମଲାରେ ପପୁ ପମ୍‌ପମଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

ଭୁବନେଶ୍ୱର : ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଲେ ଓଲିଉଡର ହାସ୍ୟାଭିନେତା ପପୁ ପମ୍‌ପମ୍‌। କାଷ୍ଟିଂ କାଉଚ ମାମଲାରେ ମିଳିଲା କ୍ଲିନ୍‌ଚିଟ୍‌ । ଭୁବନେଶ୍ୱରର ଜନୈକା ନାବାଳିକା ଆଣିଥିବା କାଷ୍ଟିଂ କାଉଚ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତଥା ରାଜନୈତିକ ଜୀବନରେ ଏଣ୍ଟ୍ରି କରୁଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ । ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ। ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପୋସ୍କୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା। ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋସ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍‌ । ପୀଡ଼ିତାଜଣକ ନିଜ ଅଭିଯୋଗରୁ ଓହରି ଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି। ତେବେ ଏହି ଅଭିଯୋଗ ତାଙ୍କ କ୍ୟାରିଆର ପାଇଁ ଏକ ବ୍ଲାକ୍‌ ସ୍ପଷ୍ଟ ସାବ୍ୟସ୍ତ ହେଲା।

Exit mobile version