Site icon ଆଜିକାଲି

ଚାଲିଲା ପାରାଦୀପ କେନ୍ଦୁଝରଗଡ଼ ମେମୁ ଟ୍ରେନ

କେନ୍ଦୁଝର, ପୂର୍ବ ଘୋଷଣା ଅନୁସାରେ ଆଜି ପାରାଦୀପ – କେନ୍ଦୁଝରଗଡ଼ ମେମୁ ଟ୍ରେନ ପାରାଦୀପ ରୁ ସକାଳ ୫.୩୦ ମିନିଟ ରେ ବାହାରି ନିର୍ଦ୍ଧାରିତ ସମୟରେ କେନ୍ଦୁଝରଗଡ଼ ରେଳ ଷ୍ଟେସନ ରେ ପହଞ୍ଚି ଥିଲା। ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ରେଳ ବିଭାଗର କାର୍ଯ୍ୟ ସୂଚୀ ଅନୁଯାୟୀ କେନ୍ଦୁଝର ଜିଲାବାସୀଙ୍କ ସୁବିଧା ପାଇଁ ଦୁଇଟି ଟ୍ରେନକୁ ଲୋକାର୍ପିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାକି ଶୁକ୍ରବାର ଠାରୁ ଚାଲିଲା ପାରାଦୀପ କେନ୍ଦୁଝରଗଡ଼ ମେମୁ ଟ୍ରେନ। ଟ୍ରେନ ଟି କେନ୍ଦୁଝରଗଡ଼ ରେଳ ଷ୍ଟେସନରେ ପହଞ୍ଚିବା ପରେ ଉକ୍ତ ଟ୍ରେନ ରେ ଆସି ଥିବା ଯାତ୍ରୀମାନେ ଅନେକ ଖୁସି ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଏହି ଟ୍ରେନ ଚଳା ଚଳ କରିବା ଦ୍ୱାରା କେନ୍ଦୁଝର ଜିଲାରୁ ଟ୍ରେନ ଯୋଗେ ଦେଶର ବିଭିନ୍ନ ସ୍ଥାନ କୁ ଯିବା ଆସିବା କରିବା ପାଇଁ ଅତି ସହଜ ହୋଇପାରିବ ବୋଲି କହିଛନ୍ତି ସାଧାରଣ ଯାତ୍ରୀ ମାନେ। ଜିଲାବାସୀଙ୍କ ଦାବି ଫଳରେ ଟ୍ରେନଟି ପାରାଦୀପ ରୁ ଯାଜପୁର କେନ୍ଦୁଝର ରୋଡ଼ ପହଞ୍ଚି ସେଠରୁ ସୁକିନ୍ଦା ଦେଇ ନିର୍ଦ୍ଧାରିତ ସମୟରେ କେନ୍ଦୁଝରଗଡ଼ ଷ୍ଟେସନ ରେ ପହଞ୍ଚି ଥିବା ଷ୍ଟେସନ ପରିଚାଳକ ରବିନ୍ଦ୍ରନାଥ ଭାଲା ସୂଚନା ଦେଇଛନ୍ତି। ଏହି ଟ୍ରେନଟି ପୁନର୍ବାର ଅପରାହ୍ନ ୪.୩୦ ମିନିଟ ରେ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ରାତି ୯.୩୦ ମିନିଟ ରେ ପାରାଦୀପ ରେଳ ଷ୍ଟେସନରେ ପହଞ୍ଚିବା କଥା କହିଛନ୍ତି ଷ୍ଟେସନ ପରିଚାଳକ।

Exit mobile version