Site icon ଆଜିକାଲି

ରାଉରକେଲାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା : ଜଣେ ମୃତ, ୧୦ରୁ ଅଧିକ ଆହତ

ରାଉରକେଲା : ରାଉରକେଲାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ଦୁର୍ଘଟଣା ପରେ ବସଟି ଓଲଟି ପଡ଼ିଥିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ରାଉରକେଲା ବିରିକେରାଠାରେ ‘ସିଲିକନ୍’ ନାମକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଙ୍କଡିହି ବୁଲାଣିରେ ଓଲଟିଛି ଯାତ୍ରୀବାହୀ ବସ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ୧୦ ଆହତଙ୍କ ମଧ୍ୟରୁ ଗୁରୁତର ୩ ଜଣଙ୍କୁ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଉରକେଲାରୁ ବିରିକେଲା ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଛି ।

Exit mobile version