Site icon ଆଜିକାଲି

ଓଲଟିଲା ଯାତ୍ରୀବାହୀ ବସ, ୧୯ ଆହତ

ବରଗଡ଼ : ବରଗଡ଼ ଜିଲା ବରପାଲିର କୁସନପୁରୀ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

ସୂଚନା ଯେ, ଗତ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁରରୁ ଦାମନଯୋଡି ଯାଉଥିବା ବେଳେ ବରପାଲି ଛକ କୁଶନପୁରୀ ନିକଟରେ ଡିଭାଇଡରକୁ ଧକ୍କା ଦେଇ ଘରୋଇ ବସଟି ଓଲଡି ପଡିଥିଲା। ଫଳରେ ବସରେ ଥିବା ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ବରଗଡ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଯାତ୍ରୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବରଗଡା ଓ ବରପାଲି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Exit mobile version