Site icon ଆଜିକାଲି

ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର

କାମାକ୍ଷାନଗର : ଢେଙ୍କାନାଳ ଜିଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭେଜିଆ ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି।

ବସ୍‌ଟି ରାଉରକେଲାରୁ ଯାଜପୁର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ସମୟରେ ବସ୍‌ଟି ୧୪୯ ନମ୍ବର ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ପୋଲିସ ପହଞ୍ଚି ସେମାନଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Exit mobile version