Site icon ଆଜିକାଲି

କଟକରେ ଓଲଟିଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୧୦ରୁ ଊର୍ଦ୍ଧ୍ବ ଆହତ

କଟକ : କଟକ ଗୋପାଳପୁର ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ବରରୁ ଆଜି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ (ଚନ୍ଦନ) ବାଲେଶ୍ବର ଅଭିମୁଖେ ବାହାରିଥିଲା। ଏହି ବସ୍‌ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇଥିଲା। ଜଣେ ସାଇକେଲ ଆରୋହୀଙ୍କ ଉପରେ ପଡ଼ି ବସ୍‌ଟି ଡିଭାଇଡର ଉପରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କର ସହାୟତାରେ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥ ପରେ ଟ୍ରାଫିକ୍‌ ଭିଡ଼ ରହିଛି। ଫଳରେ ଯାତାୟତରେ କିଛି ସମୟ ପାଇଁ ଅସୁବିଧା ଦେଖାଯାଇଛି।

Exit mobile version