Site icon ଆଜିକାଲି

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ, ୧୫ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ନିକଟରେ ଗତ ସୋମବାର ବିଳମ୍ବିତ ରାତିରେ ସାହିଲ ନାମକ ଏକ ଯାତ୍ରୀବାହୀ ଘରୋଇ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ ଜଣ ବସ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ତେବେ ସମସ୍ତ ଆହତଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ପ୍ରକାଶ ଥାଉକି ବଡ଼ମ୍ବାରୁ ବଲାଙ୍ଗୀର ଅଭିମୁଖେ ବସଟି ଯାଉଥିଲା ।

Exit mobile version