Site icon ଆଜିକାଲି

ନୀଳଗିରିରୁ ଚାଲିଲା ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା । ଶନିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆ ଷ୍ଟେସନ ଓ ମେମୁ ଟ୍ରେନ ଶୁଭାରମ୍ଭ କରିଛନ୍ତି ।

ବାଲେଶ୍ୱର ଜିଲା ଗୋପୀନାଥପୁର ରେଳ ଷ୍ଟେସନ୍‌ର ଲୋକାର୍ପଣ କରିଛନ୍ତି ରେଳମନ୍ତ୍ରୀ । ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ । ନୀଳଗିରିରୁ ବେତନଟୀକୁ ରେଳ ଲାଇନ୍ ପଡିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି । ନୀଳଗିରିରୁ ବେତନଟୀକୁ ରେଳ ଲାଇନ୍‌ର ସର୍ଭେ ଆରମ୍ଭ ହୋଇଛି ।
ଦୀର୍ଘ ୭୯ବର୍ଷ ପରେ ନୀଳଗିରିରୁ ଗଡ଼ିଲା ପାସେଞ୍ଜର ଟ୍ରେନ । ଏହି ଉପଲକ୍ଷେ ନୀଳଗିରି ସ୍ଥିତ ଗୋପୀନାଥପୁର ଷ୍ଟେସନ ଓ ନୂଆ ଟ୍ରେନ ଫୁଲରେ ସଜେଇ ହୋଇଛି । ହଜାର ହଜାର ଅଞ୍ଚଳବାସୀ ରେଳମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ରାଜା ଅମଳରୁ ଏଠାରେ ରେଳଧାରଣା ପଡ଼ିଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ କରିପାରୁନଥିଲା । ଶେଷରେ ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ଅଦମ୍ୟ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇ ପାରିଛି ଏବଂ ନୀଳଗିରି ବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବନି ପାରିଛି । ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ବୈଷ୍ଣବ କହିଥିଲେ ଯେ, ନୀଳଗିରି ବାସୀଙ୍କ ପାଇଁ ଏହା ଏକ ସାକାର ସ୍ୱପ୍ନ, ଆଗକୁ ଆହୁରି ଶୁଭ ଖବର ମିଳିବ । ସେହିପରି ରେଳ ଚଳାଚଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Exit mobile version