Site icon ଆଜିକାଲି

କେନ୍ଦୁଝର ରେ ପଥ ଉତ୍ସବ-୨୦୨୩ ଅନୁଷ୍ଠିତ

କେନ୍ଦୁଝର, ଆଜି କେନ୍ଦୁଝର ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ରାଲିରେ ପଥ ଉତ୍ସବ-୨୦୨୩ ଆରମ୍ଭ ହୋଇଥିଲା । ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୪ ଉଦେଶ୍ୟ ରେ ୨୮ ଅକ୍ଟୋବର ଦିନ କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମ ରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଭଳି ସମସ୍ତ ୧୮ବର୍ଷ ରୁ ଉର୍ଦ୍ଧ ନାଗରିକ ତାଙ୍କର ଗଣତାନ୍ତ୍ରିକ ଅଧିକାର ଭୋଟ ଦାନରୁ ବଂଚିତ ନ ହେବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରାଇବା ପାଇଁ ସ୍ଥାନୀୟ କେନ୍ଦୁଝର ଅଡିଟୋରିଓମ ହଲ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁ,ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ତଥା ଜିଲ୍ଲା ପ୍ରଶାସନ ର ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେସରେ କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟତା ଭାବନା ସୃଷ୍ଟିକାରୀ ନୃତ୍ୟ ପରିବେଷଣ କରିଥିଲେ ।

Exit mobile version