Site icon ଆଜିକାଲି

ସୁବର୍ଣ୍ଣରେଖାରେ ଅତିକ୍ରମ କଲା ପିକ୍ ଫ୍ଲଡ୍ : ଜଳସମ୍ପଦ ଯନ୍ତ୍ରୀ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ରାଜଘାଟ ସ୍ଥିତ ସୂବର୍ଣ୍ଣରେଖା ନଦୀରେ ଧିରେ ଧିର କମୁଛି ଜଳସ୍ତର । ସୁବର୍ଣ୍ଣରେଖାରେ ପିକ୍ ଫ୍ଲଡ୍ ଅତିକ୍ରମ କରିସାରିଛି । ଆକଳନ ଠାରୁ ନଦୀର ଜଳସ୍ତର କମ୍ ରହିଛି । ସେପଟେ ଝାଡଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡିହ ଡ୍ୟାମର ଗେଟ୍ ବନ୍ଦ ହେଉଛି । ଧିରେ ଧିରେ ଆସିବ ସ୍ଥିତିରେ ସୁଧାର । ମାତ୍ର ଆଉ ୨ ରୁ ୩ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ରହିବ ବୋଲି ଜଳସମ୍ପଦ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜଘାଟରେ ଜଳସ୍ତର ୧୧.୮୮ମିଟର ଉପରେ ପ୍ରବାହିତ ହେଉଛି । ତଥାପି ଟଳିନି ବିପଦ । ବିପଦ ସଙ୍କେତ ୯ ଫୁଟ ୪୫ମିଟର ଥିବାବେଳେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି ବନ୍ୟାଜଳ । ବନ୍ୟା ଆଶଙ୍କାରେ ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତଳିଆ ଅଞ୍ଚଳରୁ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆହୁରି ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସୂଚନା ରହିଛି ।

Exit mobile version