Site icon ଆଜିକାଲି

୨ ମାସ ପରେ ଉଠିଲା କଟକଣା: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି

ପାରାଦୀପ : ଦୀର୍ଘ ୨ମାସ ପରେ ମାଛଧରା ଉପରୁ ହଟିଲା କଟକଣା। ଆଜିଠାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଓ ନଦୀମୁହାଣରେ ମାଛ ଧରିବାକୁ ମିଳିଲା ଅନୁମତି।

ସୂଚନା ଯେ,ଗତ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା।

Exit mobile version