Site icon ଆଜିକାଲି

ସସପେନ୍ସରେ ପଡିଲା ପୂର୍ଣ୍ଣଛେଦ : ପ୍ରାର୍ଥୀପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ନାମାଙ୍କନ ଦାଖଲର ଶେଷ ଦିନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଦଳରୁ ଟିକଟ ନପାଇ ଆଜି ନିଜର ସମର୍ଥକଙ୍କ ଗହଣରେ ଆସି ଭଦ୍ରକ ବ୍ଲକ ପରିସରରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଶୁକ୍ରବାର ସକାଳେ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି।

ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଘରୁ ବାହାରିଛନ୍ତି। ଧାମନଗରବାସୀଙ୍କର ସେବା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି। ତାଙ୍କ ସହ ଧାମନଗରବାସୀ ଅଛନ୍ତି । ବିଜେଡି ଦଳ ତାଙ୍କ ପ୍ରତି ଅବିଚାର କରିଛି। ତାର ଜବାବ ଧାମନଗରବାସୀ ଦେବେ । ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି । ଏଥର ନିଶ୍ଚୟ ବିଜୟୀ ହେବି ବୋଲି କହିଛନ୍ତି ।

ସୂଚନା ଯେ, ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ଦଳର ଏହି ନିଷ୍ପତ୍ତିକୁ ରାଜେନ୍ଦ୍ରଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରି ନ ଥିଲେ। ତେବେ ରାଜେନ୍ଦ୍ରଙ୍କୁ ମନାଇବାକୁ ସେଠାରେ ଅନେକ ହେବିଓ୍ୱେଟ ନେତା ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ହେଲେ ରାଜେନ୍ଦ୍ର ସେମାନଙ୍କ କଥାରେ ରାଜି ନହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ।

Exit mobile version