Site icon ଆଜିକାଲି

ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯକ୍ରମ


କେନ୍ଦୁଝର, ବନ ମହୋତ୍ସବ ଅବସରରେ କେନ୍ଦୁଝର ଜିଲ୍ଲାର ପାର୍କ ଲାଇନ ସ୍ଥିତ ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ଅମୃତ ବିହାର ନିକଟ ବର୍ତ୍ତି ଇଣ୍ଡିଆନ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ୧୦ଟି ଫଳ ଗଛ ରୋପଣ କରାଯାଇଛି। ଅନୁଷ୍ଠାନ ର କର୍ମ କର୍ତ୍ତା ବ୍ରଜ କିଶୋର ମହାପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ଶୁବାହୁ କୁମାର ଦାସ, ରାକେଶ କୁମାର ମିଶ୍ର ଓ ପଙ୍କଜ ମିଶ୍ର ସାମିଲ ହୋଇ ବୃ୍ଷରୋପଣ କରିଥିଲେ। ପ୍ରାୟ ୩୦ଜଣ ଚ୍ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ରୋପଣ ମହତ୍ତ୍ଵ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ପଣ୍ଡିତ ମଧୁସୂଦନ ମିଶ୍ର। ପିଲା ଗୋଟିଏ ଗଛ ଗୋଟିଏ, ଆମେ ଲଗାଇବା ଗଛ ପରିବେଶ ହେବ ସ୍ୱଚ୍ଛ ପ୍ରଭୃତି ସ୍ଳୋଗାନ ଦେଇଥିଲେ ପିଲାମାନେ ଏବଂ ଜନ୍ମ ଦିନ ମାନଙ୍କରେ ପରିବାର ଏକତ୍ର ହୋଇ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶପଥ କରିଥିଲେ। ପୁନଶ୍ଚ ନରଣପୂର୍ ନିକଟ ବର୍ତ୍ତି ଘୁତୁକେଶ୍ୱରି ରାସ୍ତା ପାଖରେ ୧୦ଟି ଗଛ ରୋପଣ କରାଯାଇଛି। ଏଥିରେ ସମ୍ପୂର୍ଣ ସହଯୋଗ ଓ ସୁରକ୍ଷା କରିବା ପାଇଁ ସୁଶାନ୍ତ ପଣ୍ଡା ପ୍ରତିଶ୍ରୁତି ଦେବା ସହ ଧନ୍ୟ ବାଦ ଅର୍ପଣ କରିଥିଲେ।

Exit mobile version