Site icon ଆଜିକାଲି

ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ବନ ବିଭାଗ

କେନ୍ଦୁଝର, ପଦ୍ମପୁର ମେଗା ନର୍ସରିରେ ଜିଲ୍ଲା ବନ ବିଭାଗର ଉଦ୍ୟମ ରେ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ବନ ବିଭାଗ ଏବଂ ପୋଲିପ୍ରିଣ୍ଟେକ୍ସ ସଂସ୍ଥା ସହଯୋଗ ରେ ବୃକ୍ଷ ରୋପଣ ରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କୁ କିଭଳି ପୁର୍ନବାର ବ୍ୟବହାର ଯୋଗ୍ୟ ହୋଇପାରିବ ସେଥିପାଇଁ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି । ବନ ବିଭାଗର ବିଭିନ୍ନ ରେଞ୍ଜ ରୁ ପାଖାପାଖି ୨୦ ଟନ୍ ବ୍ୟବହୃତ ପ୍ଲାଷ୍ଟିକ ଉଦ୍ଧାର କରି ଭୁବନେଶ୍ୱର ର ପୋଲିପ୍ରିଣ୍ଟେକ୍ସ ନାମକ ଏକ ସଂସ୍ଥା ମାଧ୍ୟମରେ ଏହାକୁ ବିକ୍ରୀ କରି ପୁନଃ ବ୍ୟବହୃତ ହେବା ଲକ୍ଷରେ ଏହି ଅଭିନବ ପ୍ରୟାସ ଆରମ୍ଭକ କରିଛନ୍ତି ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ହାତକୁ ନେଇଥିବା କହିଛନ୍ତି ବନଖଣ୍ଡ ଅଧିକାରୀ । ସବୁଜ ଓଡ଼ିଶା ସବୁଜ ଭାରତ ଲକ୍ଷରେ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ବୃକ୍ଷ ରୋପଣ ରେ ବ୍ୟବହୃତ ପ୍ଲାଷ୍ଟିକ ଯେପରି ବନ୍ୟ ଜନ୍ତୁ ମାନଙ୍କୁ କ୍ଷତି ନକରୁ ସେଥିପାଇଁ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ଜିଲ୍ଲା ବନ ବିଭାଗ ।

Exit mobile version