କଟକ : ଐତିହାସିକ କଟକ ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଂଟନ ପାଇଁ ପଞ୍ଜିକରଣ ଶନିବାରଠୁ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନକାରୀ ଙ୍କୁ ୫ ହଜାର ଟଙ୍କା ପଇଠ କରିବାକୁ ପଡୁଛି । ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବ । ମୋଟ୍ ୧୪୦୦ ପ୍ଲଟ୍ ଆବଂଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା କଟକଣା ଯୋଗୁଁ ୨ବର୍ଷ ପରେ ଏଥର ଆଡମ୍ବର ସହକାରେ ବାଲିଯାତ୍ରା ଆୟୋଜନ କରାଯାଉଛି