Site icon ଆଜିକାଲି

ଯୁକ୍ତ ୨ ଛାତ୍ରୀଙ୍କୁ ଛୁରାମାଡ଼

ମୁନିଗୁଡା : ରାୟଗଡା ଗୁମୁଡା ସ୍ଥିତ ଦୌପଦୀ ବିଦ୍ୟାପୀଠର ଯୁକ୍ତ ୨ ଛାତ୍ରୀଙ୍କୁ ଗୁମୁଡା ଜଗନ୍ନାଥ ମନ୍ଦିର ରାସ୍ତାରେ ଛୁରାମାଡ । ଯୁକ୍ତ ୨ କଳା ବିଭାଗରେ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଏହି ଆକ୍ରମଣ ହୋଇଛି ।

ଜଣେ ଅଜଣା ଯୁବକ ଛୁରାମାଡ କରିଥିବା ଜଣାପଡିଛି । ଛାତ୍ରୀଙ୍କ ବେକରେ ବି ଲାଗିଛି ଆଘାତ । ଛାତ୍ରୀଙ୍କ ଘର ବିଷମକଟକରେ ବୋଲି ଜଣାପଡିଛି । ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Exit mobile version