Site icon ଆଜିକାଲି

ଆଜିଠୁ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପକ୍ଷରୁ ଆଜିଠୁ ଯୁକ୍ତ ଦୁଇ ପିଲାଙ୍କ ଖାତାଦେଖା ଆରମ୍ଭ ହେବ। ଚଳିତ ଥର ମଧ୍ୟ ଦୁଇ ପର୍ଯ୍ୟାୟରେ ଖାତା ଦେଖା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ପ୍ରାୟ ୬୫୦୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବାକୁ ନିୟୋଜିତ ହୋଇଛନ୍ତି। ସେହିପରି ଏପ୍ରିଲ ୪ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖା କାର୍ଯ୍ୟରେ ନିୟୋଜିତ ହେବେ।

ପ୍ରେତ୍ୟକବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌‌ଲାଇନରେ ହେବ। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ସାରି ମେ ୧୫ ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି।

Exit mobile version