Site icon ଆଜିକାଲି

ଆସନ୍ତାକାଲି ଯୁକ୍ତ ଦୁଇ କଳା ପରୀକ୍ଷାଫଳ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମେ ବୁକଲେଟ୍ ଜାରି ହେବା ପରେ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ orissaresults.nic.in କିମ୍ବା chseodisha.nic.in ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇସାରିଛି । ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ହୋଇଥିଲା। ଯୁକ୍ତ ଦୁଇ କଳାରେ ଦୁଇ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Exit mobile version