Site icon ଆଜିକାଲି

ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା : ୭୫% ଉପସ୍ଥାନ ନଥିଲେ ମିଳିବନି ଆଡମିଟ କାର୍ଡ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୬ରୁ ୩୦ଯାଏଁ ଇଣ୍ଟରନାଲ ପରୀକ୍ଷା ହେବାକୁ ଥିବାବେଳେ ଜାନୁଆରୀ ୨ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡା ଘୋଷଣା କରିଛନ୍ତି।

ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ଦିନ ଭିତରେ ବାହାରିବ। ବର୍ତ୍ତମାନ ଫର୍ମ ଫିଲ ଅପ୍‌‌ ଚାଲିଥିବା ବେଳେ ୭୫ପ୍ରତିଶତ ଉପସ୍ଥାନ ନଥିଲେ ଆଡମିଟ କାର୍ଡ ମିଳିବନି ବୋଲି କୁହାଯାଇଛି। ଏହାସହିତ କିଛି କଲେଜରେ କେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରିବାକୁ କୁହାଯାଇଛି।

Exit mobile version