Site icon ଆଜିକାଲି

ଯୁକ୍ତ ଦୁଇ ପରୀକ୍ଷାଫଳ: ଆଜିଠୁ ଅନଲାଇନ ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଜିଠାରୁ ପୁନଃ ଯାଞ୍ଚ ପାଇଁ ଅନଲାଇନ ଆବେଦନ କରିପାରିବେ। ଏହି ମାସ ୨୮ ତାରିଖ ହେଉଛି ଆବେଦନର ଶେଷ ତାରିଖ ।

ଆସନ୍ତା ୨୨ ତାରିଖରୁ ଜୁଲାଇ ୩ ତାରିଖ ମଧ୍ୟରେ ଉତ୍ତର ଖାତାର କପି ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲ୍‌ ନମ୍ବର କିମ୍ବା ଇ-ମେଲ୍‌ ଆଇଡିକୁ ଏକ ଲିଙ୍କ୍‌ ପଠାଯିବ। ଜୁଲାଇ ୪ ସୁଦ୍ଧା ଆବେଦନକାରୀ ଉତ୍ତର ଖାତା ଡାଉନଲୋଡ୍‌ ନ କରିପାରିଲେ ବା ଅନ୍ୟ କୌଣସି ସମସ୍ୟା ହେଲେ ସିଏଚ୍‌ଏସ୍‌ଇକୁ ଅବଗତ କରାଇପାରିବେ। ଜୁଲାଇ ୮ ତାରିଖ ମଧ୍ୟରେ coechserecheck@gmail ରେ ମେଲ୍‌ କରି ପିଲାମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରିବେ। ଉତ୍ତର ଖାତା ଡାଉନଲୋଡ୍ କରିବା ପରେ ଜୁଲାଇ ୧୦ ସୁଦ୍ଧା ଅଭିଯୋଗ ଦାଖଲ କରିହେବ। ଆବେଦନକାରୀ ଏକାଧିକ ବିଷୟ ପାଇଁ ଆବେଦନ କରୁଥିଲେ ପୃଥକ ପୃଥକ ଭାବେ ଆବେଦନ କରିବେ।

FacebookTwitterLinkedinWhatsapp
Exit mobile version