Site icon ଆଜିକାଲି

ପ୍ରକାଶ ପାଇଲା ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର : ଯୁକ୍ତ୨ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ବୁଧବାର ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୬୭ ହଜାର ୯୧୯ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ସର୍ବାଧିକ ୪୩ ହଜାର ୭୫୩ ଜଣ ମନୋନୀତ ହୋଇଥିବା ବେଳେ ବିଜ୍ଞାନରେ ୨୦ ହଜାର ୪୫୩, ବାଣିଜ୍ୟରେ ୩ ହଜାର ୧୧୪, ଧନ୍ଦାମୂଳକ ବିଭାଗରେ ୪୧୦ ଓ ସଂସ୍କୃତ ବିଭାଗରେ ୧୮୯ ଜଣ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୬ ହଜାର ୯୭ଜଣ ଛାତ୍ର, ୩୧ ହଜାର ୮୧୯ଜଣ ଛାତ୍ରୀ ଓ ତିନି ଜଣ କିନ୍ନର ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୮ରୁ ୧୦ ତାରିଖ ମଧ୍ୟରେ କଲେଜରେ ନାମ ଲେଖା‌ଇ ପାରିବେ। ୧୫ ଓ ୧୬ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞ୍ଜୀକରଣ କରିପାରିବେ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୭ରୁ ୨୦ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ।

Exit mobile version