Site icon ଆଜିକାଲି

ଆସନ୍ତା ୧୦ରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତାଦେଖା । ଏ ବର୍ଷ ଖାତାଦେଖା ଦୁଇଟି ପର୍ଯ୍ୟାୟରେ ହେବ । ଖାତାଦେଖା ସରଳୀକରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏହି ମାସ ୧୦ରୁ ୨୨ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏହିମାସ ୨୩ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଏଥର ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ହେବ ମୂଲ୍ୟାୟନ ।

ଏ ବର୍ଷ ମାର୍ଚ୍ଚ ୧ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ୧ ହଜାର ୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Exit mobile version