Site icon ଆଜିକାଲି

ଯୁକ୍ତ ୩ ନାମଲେଖା : ଦ୍ଵିତୀୟ ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮,୭୧୭ ଛାତ୍ର ଥିବା ବେଳେ ୨୧,୧୬୫ଜଣ ଛାତ୍ରୀ ଏବଂ ୨ କିନ୍ନର ରହିଛନ୍ତି। ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ୨୧,୦୪୧ ଜଣ ଥିବାବେଳେ ସେଲ୍ଫ ଫାଇନାନ୍ସିଂରେ ୫୩୭, ବାଣିଜ୍ୟରେ ୩,୪୦୦, ଶାସ୍ତ୍ରୀରେ ୪୨୩, ଫିଜିକାଲ ସାଇନ୍ସରେ ୭,୭୦୭, ବାୟୋଲୋଜିକାଲ ସାଇନ୍ସରେ ୬,୭୭୬ ଛାତ୍ରଛାତ୍ରୀ ରହିଛନ୍ତି। ଆସନ୍ତା ୧୯ତାରିଖ ସନ୍ଧ୍ୟା ୫ଟାରେ ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ।

ସେହିପରି ୨୦ ତାରିଖ ଅପରାହ୍ନ ୨ଟାରେ ସାମ୍ସ ୱେବସାଇଟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସରେ ବଳକା ସିଟ୍ ତାଲିକା ପ୍ରକାଶ ପାଇବ। ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ୨୩ ତାରିଖ ରାତି ୧୧ଟା ୪୫ ଭିତରେ ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପାଇଁ ଆବେଦନ କରିବେ। ତେବେ ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେହି ଛାତ୍ରଛାତ୍ରୀ କେବଳ ସ୍ପଟ ନାମଲେଖା ପାଇଁ ଆବେଦନ କରିପାରିବେ। ୨୮ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୮ ତାରିଖ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ।

Exit mobile version