Site icon ଆଜିକାଲି

ଆଜିଠୁ ପୁରୀ-ହାଓ୍ଵଡା ଭିତରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ହାଓ୍ଵଡା ଭିତରେ ଚଳାଚଳ କରିବ ଦ୍ରୁତଗାମୀ ଟ୍ରେନ୍‌ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶ୍ରୀକ୍ଷେତ୍ରରୁ ଶୁଭାରମ୍ଭ ହେବ । ପୁରୀ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ଯୋଡ଼ିହେବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀରୁ ହାଓ୍ଵଡାକୁ ଲାଗିବ ମାତ୍ର ୬ ଘଣ୍ଟା । ପୁରୀରୁ ଖୋର୍ଦ୍ଧା ଘଣ୍ଟାପ୍ରତି ବେଗ ୧୧୦ କିମି ଓ ଖୋର୍ଦ୍ଧା ପରଠୁ ୧୩୦ କିମି ବେଗରେ ଟ୍ରାକରେ ଗଡ଼ିବ । ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ଡିଜାଇନ ହୋଇଥିବା ସେମି ହାଇସ୍ପିଡ୍‌ ଟ୍ରେନ । ଏଥିରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ଟ୍ରେନର ସିଟ୍‌ ବିମାନରେ ଥିବା ସିଟ୍‌ ଭଳି । ଯାତ୍ରା ଆରାମଦାୟକ ହେବ । ଦୁର୍ଘଟଣା ଏଡାଇବାକୁ ଟ୍ରେନରେ କବଚ ବ୍ୟବସ୍ଥା ରଖାଯାଇଛି ।

Exit mobile version