Site icon ଆଜିକାଲି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍-ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି

କେନ୍ଦୁଝର, ଆଜି ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍-ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି । ସଦର ବିଧାୟକ ମୋହନ ମାଝିଙ୍କ ନେତୃତ୍ବରେ ଏହି ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୩ତମ ଜନ୍ମଦିବସ ପାଳନ ଅବସରରେ ଏଠାରେ ୭୩କିଲୋଗ୍ରାମର ଏକ ବିଶାଳ ଓ ସୁଦୃଶ୍ୟ ବୁନ୍ଦିଆ ଲଡୁ ପ୍ରଦର୍ଶିତ କରାଯାଇଥିଲା । ମହାଆଡମ୍ବରରେ ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ପାଳନ କରିବା ସହିତ, ଏହି ଲଡୁକୁ କାର୍ଯ୍ୟକର୍ତ୍ତାମାନେ ନିଜ ଭିତରେ ବାଣ୍ଟି ଦେଇଥିଲେ । ପିଏମ୍-ବିଶ୍ବକର୍ମା ଯୋଜନା ଅନ୍ତର୍ଗତ ୧୮ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ଏହି କାର୍ଯ୍ୟକ୍ରମ ଦ୍ବାରା ୧୩ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲାର ୩୦୮ଜଣ କୌଳିକ ବୃତ୍ତିଧାରୀଙ୍କୁ ପିଏମ- ବିଶ୍ବକର୍ମା ଯୋଜନାରେ ପଞ୍ଜିକୃତ କରାଯାଇଥିଲା । ଏହି ଯୋଜନାରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଶିକ୍ଷଣ ଦେବା ସହ, ୩ଲକ୍ଷ ଟଙ୍କା ଯାଏ ଋଣ ମାତ୍ର ୫ପ୍ରତିଶତ ସୁଧରେ ଯୋଗାଇ ଦିଆଯିବ । ଯାହାଦ୍ବାରା ଏହି ଲୋକମାନେ ଅଧିକ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମୋହନ ମାଝି, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, କେନ୍ଦୁଝର ନଗରପାଳ ନିକୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦଷ୍ୟା କିରଣବାଳା ନାୟକ, ନାରୀ ନେତ୍ରୀ ସାବିତ୍ରୀ ବିଶ୍ୱାଳ, ସସ୍ମିତା ପ୍ରଧାନ,ମମିତା ନାଏକ, ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ମମତା ସିଂ, ବିଜେପି ର ଜିଲ୍ଲାସାଧାରଣ ସମ୍ପାଦକ ଅନିବ୍ରତ ବେହେରା ଓ ସୁକଦେବ ମହାନ୍ତ, ସମ୍ପାଦକ ଦୀପକ ଜେନା, କେନ୍ଦୁଝର ନଗର ସଭାପତି ବିଶ୍ଵଜିତ ତ୍ରିପାଠୀ, ସମ୍ପାଦକ ଦୁର୍ଗା ବାରିକ, ଲକ୍ଷ୍ମଣ ରାଉତ, ଯୁବମୋର୍ଚା ର ଜିଲ୍ଲା ସଭାପତି ହେମରଞ୍ଜନ ବାରିକ, ସାଧାରଣ ସମ୍ପାଦକ ସବୀର ଦାଶ ସମେତ ବହୁ ରାଜ୍ୟ ଓ ଜିଲ୍ଲା ବିଜେପିର ନେତୃବୃନ୍ଦ ଯୋଗ ଦେଇଥିଲେ ।

Exit mobile version