Site icon ଆଜିକାଲି

କଲରାପତରିଆର ଗଳିତ ମୃତଦେହ ଠାବ, ତଦନ୍ତ ଆରମ୍ଭ

ବୌଦ୍ଧ : ବୌଦ୍ଧ ବନଖଣ୍ଡର ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତିରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି । ମୃତ ବାଘର ଶରୀରର ପ୍ରାୟ ୯୦ ପ୍ରତିଶତ ନଷ୍ଟ ହୋଇଯାଇଛି ।

ପ୍ରାୟ ୧୦ ଦିନ ପୂର୍ବରୁ ଏହାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ହେଲେ ବନ ବିଭାଗ କିପରି ଜାଣିପାରିଲା ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବନ ବିଭାଗ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏନେଇ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ବାଘଟିର ସ୍ୱାଭାବିକ ମୃତ୍ୟୁ ହୋଇଥିବା କହିଛନ୍ତି ।

Exit mobile version