Site icon ଆଜିକାଲି

ଡକାୟତି ଯୋଜନା ପଣ୍ଡ, ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ : ଡକାୟତି ଯୋଜନା ଫେଲ୍‌ । ଲୁଟ୍‌ ପାଇଁ ଯୋଜନା କରୁଥିବା ସମୟରେ ଡକାୟତ ଗ୍ୟାଙ୍ଗକୁ ମାଡ଼ିବସିଲା କରଞ୍ଜିଆ ପୋଲିସ୍ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ବାମନାଶାଳ ନିକଟ ଜଙ୍ଗଲରେ ୪ ଡକାୟତ ଡକାୟତି ପାଇଁ ଯୋଜନା କରୁଥିଲେ । ଏହି ସମୟରେ କରଞ୍ଜିଆ ପୋଲିସ୍ ଖବର ପାଇ ସେମାନଙ୍କୁ କାବୁ କରି ନେଇଥିଲା । ଗିରଫ ୪ ଅଭିଯୁକ୍ତଙ୍କଠାରୁ ଗୋଟିଏ ବାଇକ୍, ଦୁଇଟି ମୋବାଇଲ୍, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ ଓ ଗୋଟିଏ ଖେଳନା ବନ୍ଧୁକ ସହ ଏକ ଲୁହା ରଡ ଜବତ କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Exit mobile version