Site icon ଆଜିକାଲି

ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍ ବସ୍, ୫ ଆହତ

କେନ୍ଦୁଝର: ତେଲକୋଇ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପୁଲିସ୍ ବସ୍ । ଏଥିରେ ୫ଜଣ ପୁଲିସ୍  କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କର ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି ।

ସମାକୋଇ ଜଳସେଚନପ୍ରକଳ୍ପକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ତେଲକୋଇ ଡାକରା ଦିଆଯାଇଛି। ଆଜି ସକାଳେ ପୁଲିସ କର୍ମଚାରମାନେ ବନ୍ଦ ସ୍ଥଳକୁ ବସ୍‌ ଯୋଗେ ଯାଉଥିଲେ। ଏହି ସମୟରେ କାଞ୍ଜିପାଣି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ଦୁର୍ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଚିକିତ୍ସା ପରେ ୫ ଜଣ ପୁଲିସ କର୍ମଚାରୀ ଡ୍ୟୁଟିରେ ଯୋଗ ଦେଇଥିବା ଜଣାଯାଇଛି। 

Exit mobile version