Site icon ଆଜିକାଲି

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ, ୩ ଗିରଫ

ମୁନିଗୁଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳଷ୍ଟେସନ ନିକଟରେ ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ ।

ସୂଚନା ଯେ, ବିଶେଷସୁତ୍ରରୁ ଖବର ପାଇ ପୋଲିସ ରେଳଷ୍ଟସନ ନିକଟରେ ଥିବା ଅଟୋ ଷ୍ଟାଣ୍ଡ ନିକଟରେ ଜଗି ରହିଥିଲା । ଏହି ସମୟରେ ୩ ଜଣ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ଆଣି ଷ୍ଟେସନ ପଟୁ ଯିବା ସମୟରେ ପୋଲିସ ଧରିବାର ସକ୍ଷମ ହୋଇଥିଲା । ଏହାପରେ ୩ଜଣଙ୍କୁ ଯାଞ୍ଚ ପରେ ସେମାନଙ୍କ ନିକଟରୁ ୨୨ କେଜିର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ୩ ଜଣ ହେଲେ ଉତ୍ତରପ୍ରଦେଶର ସନ୍ତୋଷ କୁସାଓ୍ୱାଆ, ପଶ୍ଚିମବଙ୍ଗର ରେହେନା ବିବି ଓ ଗଜପତି ଅଞ୍ଚଳରେ ପିତାମ୍ବର ପରିଛା । ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି କୋଲକାତା ନେବା ପାଇଁ ଯୋଜନା କରୁଥିବାର ଜଣାପଡ଼ିଛି।

Exit mobile version