Site icon ଆଜିକାଲି

ବଲାଙ୍ଗିର ରଜତ ପ୍ରଧାନ ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

ବଲାଙ୍ଗିର : ପ୍ରେମିକାକୁ ପାଇବା ପାଇଁ ହତ୍ୟାକାଣ୍ଡ । ଜଣେ ପ୍ରେମିକାକୁ ଦୁଇ ପ୍ରେମିକ । ପ୍ରେମିକା କାହାର ? ଏଥିପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ । ବଲାଙ୍ଗିର ଜିଲ୍ଲା ଅଇଁଲା ଚୁଆଗାଁର ରଜତ ପ୍ରଧାନ ହତ୍ୟାକାଣ୍ଡ ଘଟଣାର ପର୍ଦାଫାଶ କରିଛି ପୋଲିସ । ପ୍ରଥମରୁ ଏହା ଏକ ଆତ୍ମହତ୍ୟା କୁହାଯାଉଥିଲେ ବି ବଲାଙ୍ଗିର ସଦର ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି କହିଛି । ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଗତ ୨୪ ତାରିଖରେ ଅଇଁଲାଚୁଆ ଗାଁର ରଜତ ପ୍ରଧାନ ନିଖୋଜ ହୋଇଥିଲେ । ପରେ ୨୫ ତାରିଖରେ ଖୁଜେନ ପାଲି ନିକଟ ରେଳ ଧାରଣାରୁ ରଜତର ମୃତଦେହ ମିଲିଥିଲା । ଅଭିଯୁକ୍ତ ମାନେ ରଜତକୁ ହତ୍ୟା କରି ଏକ ଆତ୍ମହତ୍ୟାର ରୂପ ଦେବାକୁ ଏପରି କାଣ୍ଡ ଭିଆଇଥିଲେ । ଆଜି ଅଭିଯୁକ୍ତ ମାନଙ୍କୁ ନେଇ ଏକ ସିଲେଟପଡାର ପରିତ୍ୟକ୍ତ କୁଅରୁ ମୃତକର ମୋବାଇଲ, ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଲୁହାରଡ ଓ ବାଇକକୁ ଜବତ କରାଯାଇଛି । ଆଜି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ ମୁଖ୍ୟ ଅଭିଯୁକ୍ତ ସୁର୍ଯ୍ୟକାନ୍ତ ସେଲମା ଠାରୁ ତଥ୍ୟ ଖୋଜିଛି ପୋଲିସ । ସୂର୍ଯ୍ୟକାନ୍ତ ସେଲମାକୁ ନେଇ ସିନ ରିକ୍ରିଏସନ କରିଛି ପୋଲିସ ।

Exit mobile version