Site icon ଆଜିକାଲି

ଯୁବତୀଙ୍କ ଅର୍ଦ୍ଧ ନଗ୍ନ, କ୍ଷତାକ୍ତ ମୃତ ଦେହ ଉଦ୍ଧାର ଘଟଣା ସ୍ଥଳରେ ପୁଲିସର ତଦନ୍ତ ଜାରି

ବରଗଡ : ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗାଁର ଜଣେ ଯୁବତୀଙ୍କ ଅର୍ଦ୍ଧ ନଗ୍ନ ଓ କ୍ଷତାକ୍ତ ମୃତଦେହ ଆଜି ନିକଟସ୍ଥ ଝରଣାରୁ ପୋଲିସ ଉଦ୍ଧାର କରିଛି । ଯୁବତୀଙ୍କ ବେକରେ କିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡୁଛି । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ପାଇକମାଲ ପୁଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ଘଟଣା ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ତାଙ୍କ ଘରେ କାମ କରୁଥିବା ରାଜମିସ୍ତ୍ରୀ ଘଟଣା ପର ଠାରୁ ଫେରାର ଥିବା ଜଣାପଡ଼ିବା ପରେ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କୁ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି କହିଥିଲେ ।

Exit mobile version