Site icon ଆଜିକାଲି

ଡିଆରଡିଓ ତଥ୍ୟ ଲିକ୍ ମାମଲା, ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ

ବାଲେଶ୍ବର : ହନିଟ୍ରାପର ଶୀକାର ହୋଇ ଡିଆରଡିଓର ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ବାବୁରାମ ଦେ’ କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୮ ତାରିଖରେ ଶେଷ ହେବ ।

ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେ’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ସେ ଦେଇଛନ୍ତି ଓ ତଥ୍ୟ ବଦଳରେ କେତେ ଟଙ୍କା ସେ ପାଇଛନ୍ତି ଆଦି ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା କରିବ ପୋଲିସ । ଏହି ମାମଲାରେ ବରିଷ୍ଠ ଟେକନିକାଲ ଅଫିସର ବାବୁରାମଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

Exit mobile version