Site icon ଆଜିକାଲି

ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୫୨ଟି ବୁଥରେ ଭୋଟ ଗ୍ରହଣ

ଭଦ୍ରକ : ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଧାମନଗର ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ । ମୋଟ ୨୫୨ଟି ବୁଥରେ ଭୋଟ ଗ୍ରହଣ ଚାଲିଛି । ୧୧୦ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୨୬ଟିରେ ୱେବ କାଷ୍ଟିଂ କରାଯାଉଛି । ଭୋଟ ପାଇଁ ୨୫ ମାଇକ୍ରୋ ଅବଜର୍ଭର ରହିଛନ୍ତି ।

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ। ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।
ନିର୍ବାଚନ ପାଇଁ ତିିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବାକୁ ଆଶାବାଦୀ ଅଛନ୍ତି । ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜ , କଂଗ୍ରେସର ହରେକୃଷ୍ଣ ସେଠୀଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଛି । ଶାସକ ବିଜେଡି ଏହି ଆସନ ବିଜେପିଠାରୁ ଛଡ଼ାଇ ଆଣିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଏଜେଣ୍ଡା ସହ ମହିଳା ସଶକ୍ତିକରଣ ପାଇଁ କାମ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବ ବୋଲି ଆଶା ରଖିଛି ଦଳ । ନଭେମ୍ବର ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Exit mobile version