Site icon ଆଜିକାଲି

ଦୀପାବଳିରେ ଭୁବନେଶ୍ବର ସମେତ ବିଭିନ୍ନ ସ‌ହରରେ ପ୍ରଦୂଷଣ ସ୍ତର ବୃଦ୍ଧି

ଭୁବନେଶ୍ୱର : ଦୀପାବଳିରେ ବାଣ ଫୁଟା ଯୋଗୁଁ ଓଡ଼ିଶାର ବିଭିନ୍ନ ସହରରେ ବାୟୁ ଗୁଣବତ୍ତା ବେଶ୍ ତଳସ୍ତରକୁ ଖସିବା ସହ ପ୍ରଦୂଷଣ ମାତ୍ରା ବଢିଛି । ବାଣ ଧୂଆଁ ଯୋଗୁଁ ଭୁବନେଶ୍ବର ଓ କଟକ ସହରରେ ପ୍ରଦୂଷଣର ମାତ୍ରା ରେକର୍ଡ ସ୍ତରକୁ ଛୁଇଁଛି । ଗତକାଲି ରାତି ଗୋଟାଏରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣ ମାତ୍ରା ୯୯୯ ରହିଥିବା ବେଳେ ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଥିଲା ୬୭୬ । ସେହିପରି କଟକରେ ମଧ୍ୟ ବାଣ ଧୂଆଁ ଯୋଗୁଁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରହିଥିଲା । ରାଜ୍ୟର ଅନ୍ୟ କିଛି ସହରରେ ମଧ୍ଯ ବାଣ ଧୂଆଁ ଜନିତ ପ୍ରଦୂଷଣ ଖରାପ ସ୍ଥିତିରେ ଥିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସୂଚନା ମିଳିଛି।

Exit mobile version