Site icon ଆଜିକାଲି

ଜନଶୂନ୍ୟ ହେଉଛି ମାଓ ପ୍ରବଣ ଅଞ୍ଚଳ

ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସୀମାନ୍ତ ଗ୍ରାମ ଗୁଡ଼ିକରେ ଗତ ଏକ ବର୍ଷରେ ବଢ଼ିଛି ମାଓବାଦୀଙ୍କ ପ୍ରଭାବ, ଡିସେମ୍ବର ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତିରିଶି ରୁ ଅଧିକ ଥର ମାଓ ବ୍ୟାନର ଲଗେଇବା ସହ ପୋଷ୍ଟର ବିଭିନ୍ନ ସ୍ଥାନରେ ଲାଗିବା ସହିତ ଦୁଇଟି ନୀରିହ ଲୋକଙ୍କ ଜୀବନ ଯାଇଛି। ଫେବୃଆରି ମାସ ୨୩ ତାରିଖ ଦିନ ମାଓବାଦୀ ମାନେ ହାତିଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକ (୩୫)ଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ସହିତ ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା (ଛତିଶଗଡ଼) ଗ୍ରାମର ନାରଦ ମାର୍କମ (୪୫)ଙ୍କୁ ମଧ୍ୟ ହତ୍ୟା କରିଥିଲେ ପୋଲିସ୍ ଇନଫରମର ଥିବା ଯୋଗୁଁ ହତ୍ୟା କରିଥିବା କହିଥିଲେ ମାଓବାଦୀ ମାନେ। ନାକଟିସିମୋଡା ପଂଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ନାରାୟଣ ନାଗେଶ (୩୮)ଙ୍କୁ ଗୁଳି କରି ହତ୍ୟା କରିଥିଲେ | ଜଂଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆ ଯାଇଛି ବୋଲି ଘଟଣା ସ୍ଥଳରେ ପଡ଼ିଥିବା ପୋଷ୍ଟର ଗୁଡ଼ିକର ଉଲ୍ଲେଖ ରହିଥିଲା। ମାଓବାଦୀଙ୍କ ନିରୀହ ଜନତାଙ୍କ ଉପରେ ଅତ୍ୟାଚାର ଦେଖି ଓଡ଼ିଶା ଓ
ଛତିଶଗଡରେ ଜୋରଦାର କୁମ୍ବି ଅପରେସନ ଯୋଗୁଁ ବର୍ତ୍ତମାନ ନବରଙ୍ଗପୁର ସୀମାନ୍ତରେ ଥିବା ଉଦନ୍ତି ସିତାନଦୀ ଟାଇଗର ରିରର୍ଭରେ ଥିବା ଘଞ୍ଜ ଜଙ୍ଗଲକୁ ସୁରକ୍ଷିତ ଆଶ୍ରୟ ସ୍ଥଳୀ ଓ ନୁଆ ଠିକଣା କରିଛନ୍ତି, ସୀମାନ୍ତ ବର୍ତ୍ତି ଗ୍ରାମ ଗୁଡ଼ିକ ର ଲୋକଙ୍କୁ ଭୟଭୀତ କରି ଜଙ୍ଗଲ ନିକଟରେ ନୁଆ ଗଢି ଉଠୁଥିବା ଗାଁ ଗୁଡିକୁ ଖାଲି କରିବାକୁ ନିର୍ଦ୍ଧେଶ ଦେଉଥିବା ବେଳେ ଅନ୍ୟପଟେ ଛତିଶଗଡ ବନ ବିଭାଗ କର୍ମଚାରୀ ଓ ଜବାନ ମାନେ ଗାଁ ଖାଲି କରିବାକୁ କହୁଥିବା ଶୁଣିବାକୁ ମିଳୁଛି। ଦାନ୍ତେଵାଡ଼ା ଘଟଣା ପରେ ଉଦନ୍ତି ସିତାନଦୀ ଟାଇଗର ରିଜର୍ଭ କୁ ନିରାପଦ ଆଶ୍ରୟ ସ୍ଥଳ ଭାବେ ଲୁଚିବାକୁ ଆସି ପାରନ୍ତି ଏଣୁ ଏହି ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରା ଯାଉଛି। ନବରଙ୍ଗପୁର ଜିଲ୍ଲାରେ କିଛି ବର୍ଷ ଧରି ମାଓବାଦୀ ମାନେ ସକ୍ରିୟ ଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ଜଗବନ୍ଧୁ ମାଝୀ ଙ୍କୁ ହତ୍ୟା ପରେ ପରେ ମାଓବାଦୀ ମାନେ ନବରଙ୍ଗପୁର ଜିଲ୍ଲାକୁ ଭୂସ୍ବର୍ଗ କରି ଗତିବିଧି ବୃଦ୍ଧି କରି ଚାଲିଥିବା ଚର୍ଚ୍ଚାକୁ ଆସୁଛି।

Exit mobile version