Site icon ଆଜିକାଲି

ସମ୍ଭାବ୍ୟ ବାତ୍ୟା: ଡିସେମ୍ବର ପହିଲାରୁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ପରାମର୍ଶ

ଭୁବନେଶ୍ୱର : ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସିଙ୍କ ପକ୍ଷରୁ ସତର୍କ କରାଯାଇଛି। ଡିସେମ୍ବର ପହିଲାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ସର୍ବାଧିକ ୭୦ କିମି ପ୍ରତି ଘଣ୍ଟା ରହିବ । ୨ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ହେବା ସମ୍ଭାବନା ରହିଛି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ସହ ଫେରିବାକୁ ପରାମର୍ଶ ଦିଆଯାଇଛି।

ଏଣେ ସମ୍ଭାବ୍ୟ ବାତ୍ୟା ‘ମିଚାଉଙ୍ଗ୍‌’ ନେଇ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଜାରି ହୋଇନାହିଁ। କିନ୍ତୁ ବାତ୍ୟାର ଉପରେ ସମ୍ପୂର୍ଣ ନଜର ରଖାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ. ଆର ବିଶ୍ବାସ କହିଛନ୍ତି। ଆଗାମୀ ୨୪ ଘଣ୍ଟା ଭିତରେ କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବରଗଡ଼, ଝାରସୁଗୁଡା,ବଲାଙ୍ଗୀର, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ବୁଧବାର ଠାରୁ ୨ ଡିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୪ ଡିସେମ୍ବରରେ ଉପକୂଳ ଓଡିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସେ ସୂଚନା ଦେଇଛନ୍ତି।

Exit mobile version