Site icon ଆଜିକାଲି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ


ଭବନେଶ୍ୱର : ପଦ୍ମପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ । ଆସନ୍ତା ୧୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ନେଇ ବିଜେପି ନେତ୍ରୀ କୁସୁମ ଟେଟେ ସୂଚନା ଦେଇଛନ୍ତି ।

ଡିସେମ୍ବର ୫ତାରିଖରେ ପଦ୍ମପୁର ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନାମାଙ୍କନ ପତ୍ର ଦାଖଲ । ୧୮ ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ।

Exit mobile version