Site icon ଆଜିକାଲି

କେନ୍ଦୁଝର ମାଟିର ଜଣେ ଅନନ୍ୟ କଳାକାର ଥିଲେ ଡାଡି, ତାଙ୍କ ବିୟୋଗ ରେ ସମ୍ପୂର୍ଣ କେନ୍ଦୁଝର ର କଳାକାର ଜଗତ ସ୍ତବ୍ଧ

କେନ୍ଦୁଝର, କେନ୍ଦୁଝର ମାଟିର ଜଣେ ଅନନ୍ୟ କଳାକାର ଥିଲେ ଡାଡି(ପ୍ରକାଶ ପାଢ଼ୀ)। ତାଙ୍କ ବିୟୋଗ ରେ ସମ୍ପୂର୍ଣ କେନ୍ଦୁଝର ର କଳାକାର ଜଗତ ରେ ଶୋକ ର ଛାୟା ଖେଳିଯାଇଛି । ମା’ ସରସ୍ବତୀଙ୍କ କୃପା ଥିଲା ତାଙ୍କ ମଧୁର କଣ୍ଠରେ । ସୁମଧୁର କଣ୍ଠ ସାଙ୍ଗକୁ ଅତି ସୁନ୍ଦର ଥିଲା ତାଙ୍କର ବ୍ୟବହାର। ସେ ଆଉ ଏଦୁନିଆରେ ନାହାନ୍ତି ଏହି ସତ୍ୟ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ୯୦ ଦଶକରୁ ଅଦ୍ୟାବଧି କେନ୍ଦୁଝର ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡାଡି (ପ୍ରକାଶ ପାଢ଼ୀ)। କେନ୍ଦୁଝର କଳାକାର ସଂଘ ପକ୍ଷରୁ ନିର୍ମଳଚନ୍ଦ୍ର ନାୟକ ଡାଡି(ପ୍ରକାଶ ପାଢ଼ୀ)ଙ୍କ ବିୟୋଗ ରେ ସମ୍ପୂର୍ଣ କଳାକାର ସଂଘ ଶୋକ ରେ ରହିଥିବା କହିଛନ୍ତି।

Exit mobile version