Site icon ଆଜିକାଲି

ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ । ଫଳରେ ଅଭିଭାବକମାନେ ଜାଣିପାରିବେ ଯେ ତାଙ୍କ ପିଲା କଣ ପଢୁଛି।

ଅନ୍ୟପକ୍ଷରେ ଯୁକ୍ତ ୨ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ପ୍ରଶ୍ନପତ୍ର ହବରେ ପହଞ୍ଚି ସାରିଛି । କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏକଥା ଆମ ନଜରକୁ ଆସିଛି। ଆମେ ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ। ସେହିପରି ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା। ସଠିକ ଭାବେ ପରୀକ୍ଷା ପରିଚାଳନା ହେବ। ମହାମାରୀ କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା।

ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ଥିବା ଶିକ୍ଷକ ପଦବି ପୂରଣ ହେବ। ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକରେ ମାସ ଟିଚର ନିଯୁକ୍ତି କରାଯିବ। ଏନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Exit mobile version