Site icon ଆଜିକାଲି

ଶିଆଳି ଦଉଡ଼ିରେ ବନ୍ଧା ନନ୍ଦିଘୋଷ

କେନ୍ଦୁଝର, କେନ୍ଦୁଝର ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର ସୋର ରେ ଚାଲିଥିବା ବେଳେ, ପରମ୍ପରା ଅନୁସାରେ ଶିଆଳି ଦଉଡ଼ି ପ୍ରସ୍ତୁତି ଚାଲିଛି । କେନ୍ଦୁଝରରେ ରଥଯାତ୍ରା ଆରମ୍ଭ ହେବା ଦିନ ରୁ ହିଁ ଜୁଆଙ୍ଗ ଓ ଭୂୟାଁ ସଂପ୍ରଦାୟର ଲୋକ ମାନେ ଏହାକୁ ଯୋଗାଇ ଆସୁଥିଲେ , ହେଲେ ସମୟକ୍ରମେ ଏବେ କେବଳ ଭୂୟାଁ ସଂପ୍ରଦାୟର ଲୋକ ମାନେ ଏହି ଶିଆଳି ଦଉଡ଼ି ଯୋଗାଇ ଆସୁଛନ୍ତି । ଅନେକ କଷ୍ଟ ରେ ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ସେଥିରୁ ବକଳ ବାହାର କରି ପ୍ରଭୁ ଙ୍କ ପ୍ରତି ଥିବା ଗଭୀର ଭକ୍ତି ଭାବର ପ୍ରତିକ ଭାବରେ ଭୂୟାଁ ମାନେ ଏହି ଶିଆଳି ଲତାର ଦୌଡି ଯୋଗାଇ ଆସୁଛନ୍ତି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ର ଦଅଁଳା ଗାଁ । ଏହି ଗାଁ ରେ ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । ଆଉ ଏହି ଗାଁ ର ଭୂୟାଁ ସଂପ୍ରଦାୟର ଲୋକ ମାନେ ବିଶ୍ବର ସର୍ବ ବୃହତ ରଥ କେନ୍ଦୁଝର ରଥ ୬୦୦ ବର୍ଷ ପୂର୍ବରୁ ଯେତେ ବେଳେ ପ୍ରଥମେ ଆରମ୍ଭ ହୋଇଥିଲା ସେହି ସମୟରୁ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ରକାର ର ଦୌଡି ଯୋଗାଇ ଆସୁଛନ୍ତି । ଏବେ ଗାଁ ର ବଡ ଠାରୁ ଛୋଟ ପର୍ଯ୍ୟନ୍ତ ଦୌଡି ତିଆରିରେ ସମସ୍ତେ ଲାଗି ପଡ଼ିଛନ୍ତି । ପ୍ରଥମେ ସେମାନେ ଦେବସ୍ନାନ ପୂର୍ଣ୍ଣମୀ ରେ ଅନୁକୂଳ କରି ମହାପ୍ରଭୁ ଶ୍ରୀ ବଳଦେବଜୀଉ ଙ୍କ ଠାରୁ ଆଜ୍ଞା ମାଳ ନେବାପରେ ଜଙ୍ଗଲରୁ ଶିଆଳି ଲତାକୁ କାଟି ଗାଁ କୁ ଆଣି ସେଥିରୁ ବକଳ ବାହାର କରିଥାନ୍ତି । ପରେ ଏହି ବକଳ କୁ ମୋଡି ଦୌଡି ତିଆରି କରିଥାନ୍ତି । ଏହି ଦୌଡିର ଲମ୍ବ ୪୦ ହାତ ଥିବା ବେଳେ ମୋଟେଇ ୬ ଇଞ୍ଚ । ଏହି ଦୌଡିର ଅନେକ ବୈଶିଷ୍ଟ ରହିଛି । ଲୋକବାଣୀ ଓ ଗବେଷକଙ୍କ ମତରେ ଏହି ଦୌଡି ରଥ ରେ ଲାଗି ଗଲା ପରେ ଏହା ଦେବତା ପାଲଟି ଯାନ୍ତି । ଏହି ଦୌଡିର ତିନୋଟି ନାଁ ବାସୁକି ଓ ଶଙ୍ଖଚୂଡ଼ ଭଳି ତିନୋଟି ସର୍ପ ଙ୍କ ନାମରେ ନାମିତ । ଏହା କୁ ଛୁଇଲେ ଜନ୍ମ ଜନ୍ମ ର ପାପ ନାସ ହେବାର ବିଶ୍ବାସ ରହିଥିବା ସହ ଏହି ରଥ ଦୌଡି କୁ ନେଇ ରଖିଲେ ଲୋକ ଙ୍କୁ ଅନେକ ଶୁଭ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

Exit mobile version