Site icon ଆଜିକାଲି

ପଦ୍ମପୁର ପାଇଁ ପ୍ରସ୍ତୁତି: ମନ୍ତ୍ରୀ ଓ ନେତାଙ୍କୁ ଦାୟିତ୍ଵ ବାଣ୍ଟିଲା ବିଜେଡି


ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତତ୍ପରତା ପ୍ରକାଶ କରିଛି ବିଜେଡି । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ପଦ୍ମପୁର ଆସନ ଖାଲି ପଡ଼ିଛି ।

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ବ ବଣ୍ଟା ଯାଇଛି । ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ତିନି ବ୍ଲକ ଦାୟିତ୍ୱ ତିନି ମନ୍ତ୍ରୀଙ୍କୁ ଦିଆଯାଇଛି। ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ପାଇକମାଳ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ ଓ ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ। ସେହିପରି ଜୋନ୍ ଦାୟିତ୍ୱରେ ରହିବେ ପଶ୍ଚିମ ଓଡ଼ିଶା ନେତା। ମନ୍ତ୍ରୀ ଟୁକୁନି ସାହୁ,ଦେବେଶ ଆଚାର୍ଯ୍ୟ,ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ,ସରୋଜ ମେହେର ,ପୁଷ୍ପେନ୍ଦ୍ର ସିଂ ଦେଓ , ନିରଂଜନ ବିଶି, ରୋହିତ ପୂଜାରୀ । ଅନ୍ୟ ନେତାଙ୍କୁ ବି ଖୁବ୍ ଶୀଘ୍ର ଦାୟିତ୍ବ ବଣ୍ଟାଯିବ। ଦଳ ପାଇଁ ସମ୍ପୂର୍ଣ ପ୍ରଚାର ମଙ୍ଗ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।

Exit mobile version