Site icon ଆଜିକାଲି

ଆଜିଠୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ପ୍ରସ୍ତୁତି, ୧୮ରୁ ୨୫ ଚାଲିବ ବାଘ ଗଣନା

କରଞ୍ଜିଆ : ଆଜିଠାରୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ବାଘ ଗଣନା ପାଇଁ ପ୍ରସ୍ତୁତି। ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ୨ହଜାର ୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୧୬ଟି ରେଞ୍ଜର ୧୭୩ ବିଟ୍ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ବାଘ ଗଣନା ଆରମ୍ଭ ହେବ। ୩ଟି ପର୍ଯ୍ୟାୟରେ ବାଘ ଗଣନା କରାଯିବ। ଶିମିଳିପାଳ ଅଭୟାରଣ୍ୟ ରେ ବାଘ ଗଣନା ପାଇଁ ୨୦୯ ଟି ଟିମ କରାଯାଇଛି । ଏହି ଟିମ କୁ ରେଞ୍ଜ ଅଫିସର, ଏସିଏଫ ଓ ଡେପୁଟି ଡ଼ାଇରେକ୍ଟର ତଦାରଖ କରିବେ ।

Exit mobile version