Site icon ଆଜିକାଲି

ଆଜି ପାରାଦୀପ ଯିବେ ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

ପାରାଦୀପ : ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରବିବାର ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି । ଆଜି ସକାଳ ସାଢେ ୮ଟାରେ ତାଙ୍କ କାରକେଡ୍ ରାଜଭବନରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ପାରାଦୀପ ଯିବେ । ସାଢେ ୯ଟାରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରୁ ରାଷ୍ଟ୍ରପତି ସ୍ଵତନ୍ତ୍ର ସୁରକ୍ଷା ବଳୟରେ ବନ୍ଦରର ୪ ନମ୍ୱର ଗେଟ ଦେଇ ମେରାଇନ ସାଇଟ ଅଫିସରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ପହଞ୍ଚିବେ ।

ପତକା ଦେଖାଇ ବୋଇତ ଯାତ୍ରାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଭାରତୀୟ ତଟରକ୍ଷୀ ବାହିନୀର ଅମୋଘ ଜାହାଜରେ ପୋତାଶ୍ରୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସଭାସ୍ଥଳୀରେ ପହଁଞ୍ଚି ସଭାକାର୍ଯ୍ୟରେ ଯୋଗ ଦେବେ । ପରେ ଜବାହାର ଅତିଥି ଭବନରେ ୩୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ଭୋଜନ କରିବେ ପରେ ଅପରାହ୍ନରେ ଭୁବନେଶ୍ବର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପାରାଦୀପରେ ମୁତୟନ ଅଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ ।

Exit mobile version