Site icon ଆଜିକାଲି

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି : ସୁରକ୍ଷାରେ ୩୦ ପ୍ଲାଟୁନ ଫୋର୍ସ, ଆଜି କାରକେଡ୍‌ ରିହର୍ସାଲ୍

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ୨୮ ତାରିଖରେ ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା।

ତେବେ ରାଜଧାନୀରେ ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ ଫୋର୍ସ। ନିରୀକ୍ଷଣ ଦାୟିତ୍ବରେ ରହିବେ ୧୫୦ଜଣ ଅଫିସର। ୩ଟି କ୍ବିକ ରେସ୍ପନ୍ସ ଟିମ, ୨ ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ବରେ ରହିବେ। ଏହାସହିତ ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର ମଧ୍ଯ ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ । ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ହେବ ପୋଲିସ ଛାଉଣୀ।

ସଭାସ୍ଥଳରେ ପ୍ରୋଟୋକଲ ମୁତାବକ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରହିବ। ୨୮ ରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି କାରକେଡ୍ ରିହର୍ସାଲ୍ ହେବ ।

Exit mobile version