Site icon ଆଜିକାଲି

ପ୍ରକୃତିର ରକ୍ଷକ ହେଉଛନ୍ତି ଆଦିବାସୀ, ଆଦିବାସୀ ଙ୍କ ଉର୍ନ୍ନତି ହେଲେ ଦେଶର ଉର୍ନ୍ନତି ସମ୍ଭବ – ରାଷ୍ଟ୍ରପତି

କେନ୍ଦୁଝର, ଆଜି ଦିନିକିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିନ ୧୦ ଟା ୫ ମିନିଟ୍ ସମୟରେ ରାଇସୁଆଁ ଏଆର ଷ୍ଟ୍ରିପ ଠାରେ ହେଲିକେପଟର ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଆସି ୧୦.୫୨ ମିନିଟରେ ଗୋନାସିକା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ସଭା ସ୍ଥଳି ରେ ମହାମହିମ ରାଷ୍ଟ୍ରପତି ପହଞ୍ଚି ଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ଜୁଆଙ୍ଗ ସଂପ୍ରଦାୟର ପାରମ୍ପରିକ ଚାଙ୍ଗୁ, ବାଦ୍ୟ ବଜାର ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ ସଭାରେ ଉପସ୍ଥିତ ୫ ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ସେହି ସମୟରେ ଜୁଆଙ୍ଗ ଜାତିର ପୁରୁଷ ଓ ମହିଳା ମାନେ ସେମାନେ ବର୍ତମାନ ଗାଁ କୁ ଆଗରୁ ରାସ୍ତା ନ ଥିଲା ଏବେ ତ ଭଲ ରାସ୍ତା ଅଛି , ଆଙ୍ଗନବାଡି ଅଛି ଓ ସେମାନଙ୍କର ଓ ଗାଁ ର ଉନ୍ନତି ହୋଇଥିବା କଥା କହିଥିଲେ । ଏହା ପରେ ରାଷ୍ଟ୍ରପତି ଉପସ୍ଥିତ ଜନଜାତି ର ଲୋକ ମାନଙ୍କୁ ସରକାର ଙ୍କ ର ବିଭିନ୍ନ ଯୋଜନା ବିଷୟ ରେ ସୂଚନା ଦେଇଥିଲେ । କେତେ ଲୋକ କେତେ ପଠ ପଢ଼ିଛନ୍ତି ପଚାରି ବୁଝିଥିଲେ । କିଏ ରାଜନିତି ଯଥା ସରପଞ୍ଚ ବା ମେମ୍ବର ହୋଇଛନ୍ତି , କିଏ ଚାକିରି କରିଛନ୍ତି , ବ୍ୟବସାୟ କରୁଛନ୍ତି ବୁଝିଥିଲେ । ପରେ ଏମାନଙ୍କର କିପରି ଉନ୍ନତି ହେବ ସେ ନେଇ ଅନେକ ଉପଦେଶ ଦେଇଥିଲେ । ଲୋକମାନଙ୍କୁ ମଧ୍ୟ ସଚେତନ ହେବା କୁ କହିଥିଲେ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେବାକୁ ଉପଦେଶ ଦେଇଥିଲେ । ସମସ୍ତେ ପାଠ ପଢ଼ି ଶିକ୍ଷିତ ହେଲେ ନିଜର ନିଜ ଅଞ୍ଚଳର ଉନ୍ନତି ହେବା ସହ ଦେଶ ର ଉନ୍ନତି ହେବ ବୋଲି କହିଥିଲେ । ରାଷ୍ଟ୍ରପତି ଜନଜାତି ସଂପ୍ରଦାୟ ଙ୍କ ପାଇଁ ନିଜ ଜମି ଦାନ କରିଥିବା କହିଥିଲେ । ଶେଷରେ ଜୁଆଙ୍ଗ ସର୍ଦ୍ଧାର ମାନଙ୍କୁ ବିର୍ଷା ମୁଣ୍ଡା , ରାମ ଲକ୍ଷ୍ମଣ ଆଦି ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ ଓ ଉପଢୌକନ ପ୍ରଦାନ କରିଥିଲେ ।
ଏହା ପରେ ରାଷ୍ଟ୍ରପତି ସର୍କିଟ ହାଉସ ଯାଇ ସେଠାରେ କିଛି ସମୟ ବିଶ୍ରାମ ନେଇ ପରେ ଆପରାହ୍ନ ତିନିଟା ସମୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ନିର୍ଥ କ୍ୟମ୍ପସ ରେ ନେସନାଲ ସେମିନାର ରେ ଯୋଗ ଦେଇଥିଲେ । ରାଷ୍ଟ୍ରପତି ଆସିବା ସମୟ ରେ ମଧ୍ୟ ତାଙ୍କୁ ଜନଜାତି ସଂପ୍ରଦାୟର ଲୋକମାନେ ତାଙ୍କ ପାରମ୍ପରିକ ବାଦ୍ୟ ନୃତ୍ୟ ରେ ସ୍ଵାରତ ସମ୍ବର୍ଦ୍ଧନା କରିଥିଲେ । ପ୍ରଥମେ ରାଷ୍ଟ୍ରପତି ଏଠାରେ ଜୁଆଙ୍ଗ ବିକାଶ ପରିଷଦ , ଶବର ସାଂସ୍କୃତିକ ସମାଜ ଆଦି ୯ ଟି ସଂଗଠନ ପକ୍ଷରୁ ସେମାନ ଙ୍କର ପାରମ୍ପାରିକ କଳା,ବସ୍ତ୍ର,ଅଳଙ୍କାର ଆଦି ପ୍ରଦର୍ଶନୀ ବୁଲି ଦେଖିଥିଲେ ଓ ସେଠାରେ ପ୍ରଦର୍ଶୀତ ସାମଗ୍ରୀ ସଂପର୍କରେ ପଚାରି ବୁଝିଥିଲେ ଏପରିକି ରାଷ୍ଟ୍ରପତି ସାନ୍ତାଳି ଭାଷା ରେ ଲୋକ ଙ୍କ ସହିତ କଥା ହୋବା ସହ ସାନ୍ତାଳି ଭାଷା ରେ ଏକ ଗୀତ ଗାଇବାକୁ କହିଥିଲେ ଓ ଗୀତ ଶୁଣି ବହୁତ ଆନନ୍ଦିତ ହୋଇ ଥିଲେ ମଧ୍ୟ । ଏହା ପରେ ମଞ୍ଚ ଉପରୁ ଯିବା ପରେ ପ୍ରଥମେ ଜାତୀୟ ସଂଙ୍ଗିତ ଗାନ କରାଯାଇଥିଲା । ଏହି ସମୟରେ ରେ ମଞ୍ଜ ଉପରେ ରାଜ୍ୟପାଳ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ । ଏହା ପରେ ମହାମହିମ ରାଷ୍ଟ୍ରପତି ପ୍ରଦୀପ ପ୍ରଜ୍ବଳନ କରି ଏହି ଜାତୀୟ ସ୍ତରୀୟ ଜନନାତି ଆଲୋଚନା ଚକ୍ର ଓ ପ୍ରଦର୍ଶନୀ କୁ ଭଦଘାଟନ କରିଥିଲେ । ଏହା ପରେ ୟୁନିଭରସିଟି ଦ୍ଵାରା ପ୍ରସ୍ତୁତ ଏକ ବର୍ଷର ନ୍ଯୁଜ ଲେଟର କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ଏହି ସେମିନାର ରେ କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ର ଲୋକ ମାନଙ୍କର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲାର ପ୍ରାୟ ଶହେ ପଚାଷ ଜଣ ଜନ ଜାତି ସଂପ୍ରଦାୟ ର ଲୋକ ଏଥିରେ ଭାଗ ନେଇଥିଲି । ରାଷ୍ଟ୍ରପତି ପ୍ରଥମେ ଜୟ ଜଗନ୍ନାଥ ଜୟ ମା ତାରିଣୀ ଜୟ ମାରାଙ୍ଗବୁରୁ କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଆଦିବାସୀ ନେତା ଧରଣୀଧର ଙ୍କ ପ୍ରତିମୂର୍ତି ରେ ପୁଷ୍ପ ମାଲ୍ୟ ଦେଇ ନିଜକୁ ଧନ୍ୟ ମନେ କରିଥିବା କହିଥିଲେ । ସମସ୍ତେ ମନ ଦେଇ ପାଠ ପଢିଲେ ବଡ଼ ମଣିଷ ହୋଇପାରିବ ବୋଲି କହିଥିଲେ । ଉପସ୍ଥିତ ସମସ୍ତଙ୍କୁ ନିଜ ସଂସ୍କୃତି ସହ ଜଡ଼ିତ ହୋଇ ରହିବା କୁ ପରାମର୍ଶ ଦେଇଥିଲେ । ଆଦିବାସୀ ଙ୍କ ସ୍ଵତନ୍ତ୍ର ବେଶ ଭୂଷା ଓ ଖାଦ୍ୟପେୟ ରହିଛି ତାହା କୁ ଦେଖି ଦେଲେ ହିଁ ଜଣାପଡିଯାଏ । ଆଜି ଅନେକ ଗାଁ ଛାଡ଼ି ସହର ମୁହାଁ। ଗବେଷକ ମାନଙ୍କୁ ଆଦିବାସୀ ଙ୍କ ସପର୍କରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ । ଭିସି ଙ୍କୁ କହିଥିଲେ ଆପଣ ମାନେ ଆଦିବାସୀ ମାନଙ୍କ ଗାଁ କୁ ଯାଇ ତାଙ୍କ ସହ କିଛି ଦିନ ରହି ତାଙ୍କ ସୁବିଧା ଅସୁବିଧା ଦେଖି ତାଙ୍କର ଉନ୍ନତି ପାଇ ସରକାର ଙ୍କୁ ରିପୋଟ ପ୍ରସ୍ତୁତ କରି ଦେବା ସହ ଉନ୍ନତି ପାଇଁ କଣ କରିବା ଆବଶ୍ୟକ ପରାମର୍ଶ ଦିଅନ୍ତୁ । ପଛୁଆ ବର୍ଗର ଆଦିବାସୀ ଙ୍କ ଉର୍ନ୍ନତି ନ ହେଲେ ଦେଶ ର ଉନ୍ନତି ହୋଇ ପାରିବ ନାହିଁ । ଏହା ସହ ସରକାରଙ୍କ ଦ୍ଵାର ଆଦିବାସୀ ମାନଙ୍କ ଉନ୍ନତୀ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ଳୋବାଲ ଉଆରମିଂ ପାଇଁ ଚିନ୍ତା ପ୍ରକଟ କରିବା ସହ ଆଦିବାସୀ ମାନେ ପ୍ରକୃତି କୁ ପୂଜା କରନ୍ତି ପ୍ରାକୃତିକ ସମ୍ପଦ କୁ ସୁରକ୍ଷା ଦିଅନ୍ତି ତାଙ୍କ ଠାରୁ ଏହା ଶିଖିବା କଥା ବୋଲି କହିଥିଲେ । ମହିଳା ସଶକ୍ତିକରଣ କରିବା ଦରକାର ନହେଲେ ଦେଶ ଆଗେଇ ପରିବ ନାହିଁ । ସବ କା ସାଥ ସବ କା ବିକାଶ ସବ କା ପ୍ରୟାସ ହେବା ଦରକାର । ବୃକ୍ଷ ଚିହ୍ନି ସେଥିରେ ଚିକିତ୍ସା କରିବା ଆଦିବାସୀ ମାନଙ୍କ ଠାରୁ ଶିଖିଥିବା ସହ ତା ଉପରେ ଗବେଷଣା କରିବା କୁ ପରାମର୍ଶ ଦେଇଥିଲେ । ଏହି ଧରଣୀଧର ବିଶ୍ୱବିଦ୍ୟାଳୟ ର ସମୁଦାୟ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରୁ ୨୮ ପ୍ରତିଶତ ଛାତ୍ର ଛାତ୍ରୀ ଜନଜାତି ସଂପ୍ରଦାୟ ର ଅଛନ୍ତି । ଏହା ସହ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାର ପ୍ରଥମ ବର୍ଷ ରେ ହିଁ ମହାମହିମ ରାଷ୍ଟ୍ରପତି ଆସିଥିବାରୁ ୟୁନିଭରସିଟିର ଅଧ୍ୟପକ ଛାତ୍ର ଛାତ୍ରୀ ଓ ଜିଲ୍ଲାର ସାଧାରଣ ଲୋକେ ବେସ ଆନନ୍ଦିତ ଓ ଉଲ୍ଲସିତ ହୋଇଉଠିଛନ୍ତି । ଏଠାରେ ରାଷ୍ଟ୍ରପତି ୩ ଟା ଠାରୁ ୪.୧୫ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରେ ଉପସ୍ତିତ ରହିବା ପରେ ୪.୧୫ ମିନିଟ୍ ସମୟ ରେ ରାଇସୁଆଁ ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।

Exit mobile version