Site icon ଆଜିକାଲି

ଆଜି ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ ରାଷ୍ଟ୍ରପତି

New Delhi: President Droupadi Murmu addresses during the National Panchayati Raj Day celebration at Vigyan Bhavan, in New Delhi, on Monday, April 17, 2023. (Photo:IANS/Twitter)

ଭୁବନେଶ୍ୱର : ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲାକୁ ଦ୍ୱିତୀୟ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ରାଷ୍ଟ୍ରପତି ସୋମବାର ନୂଆଦିଲ୍ଲୀରୁ ବିମାନ ଯୋଗେ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ । ସେଠାରୁ ସହିଦ ସ୍ମୃତି ଭବନ ଯାଇ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ । କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ଣ ୨ଟା ୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କରିବେ ରାଷ୍ଟ୍ରପତି । ସେହିପରି ୨୧ ତାରିଖରେ ସେ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନ୍‌ର ଲୋକାର୍ପଣ କରିବେ । ତେବେ ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି ।

Exit mobile version