Site icon ଆଜିକାଲି

କାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ସେ ରାଇରଙ୍ଗପୁର ଯିବେ ।

ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖ ୧୦ଟା ୧୫ମିନିଟରେ ବାଦାମପାହାଡ ପହଞ୍ଚିବେ ରାଷ୍ଟ୍ରପତି। ୧୨ଟା ୫୫ମିନିଟରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ ରାଷ୍ଟ୍ରପତି। ସେଠାରେ ସେ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିବେ । ଅପରାହ୍ନ ୪ଟା ୨୫ରେ ମହୁଲଡ଼ିହାରେ ସେ ପତାକା ଉତ୍ତୋଳନ କରିବେ । ସନ୍ଧ୍ୟା ୫ଟା ୨୦ରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି । ଗୁରୁବାର ମହୁଲଡ଼ିହାରେ ରାତ୍ରୀଯାପନ କରି ୫ ତାରିଖରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।

Exit mobile version